أَلْفٍ صَلَّى الله عَلَى زَيْنِ الْوُجُودْ
ସୃଷ୍ଟିର ସୌନ୍ଦର୍ଯ୍ୟଙ୍କ ଉପରେ ଆଲ୍ଲାଙ୍କର ସହସ୍ର ଆଶୀର୍ବାଦ
Or
أَلْفٍ صَلَّى الله عَلَى زَيْنِ الْوُجُودْ
مَنْ سَكَنْ طَيْبَة وَخَيَّمْ في زَرُودْ
ଅସ୍ତିତ୍ବର ସୌନ୍ଦର୍ଯ୍ୟଙ୍କ ଉପରେ ଆଲ୍ଲାଙ୍କର ସହସ୍ର ଆଶୀର୍ବାଦ ବର୍ଷିତ ହେଉ,
ଯିଏ ତୈବାରେ ବାସ କଲେ ଏବଂ ଜରୁଦ୍ରେ ଶିବିର ସ୍ଥାପନ କଲେ।
يَا بُدُورَ الْحَيِّ يَا رَبْعَ الْكِرَامْ
بَلِّغُو ظَبْيَ الْحِمَى مِنِّي السَّلَامْ
ହେ ବସ୍ତିର ପୂର୍ଣ୍ଣିମା ଚନ୍ଦ୍ରଗଣ, ହେ ଉଦାର ମାନଙ୍କର ନିବାସସ୍ଥଳ,
ପବିତ୍ର ସ୍ଥାନର ସେହି ମୃଗଙ୍କୁ ମୋର ସଲାମ ପହଞ୍ଚାଇ ଦିଅ।
إِنْ تَهَتَكْنَا عَلَيْكُمْ لَا نُلَامْ
غَلَبَ الْوَجْدُ عَلَيْنَا وَ الْغَرَامْ
ଯଦି ଆପଣଙ୍କ ପ୍ରେମରେ ଆମେ ଲୋକହସା ହେଉ, ତେବେ ଆମେ ଦୋଷୀ ନୁହୁଁ,
କାହିଁକି ନା ଆମ ଉପରେ ବିରହ ଓ ପ୍ରେମ ସମ୍ପୂର୍ଣ୍ଣ ରୂପେ ବିଜୟୀ ହୋଇଛି।
لَا يَنَامُ اللَّيْلَ عَاشِقْ مُسْتَهَامْ
إِنَّمَا النَّومُ عَلَى الْعَاشِقْ حَرَامْ
ବ୍ୟାକୁଳ ପ୍ରେମିକ ରାତି ସାରା ଶୋଇପାରେ ନାହିଁ,
କାରଣ ପ୍ରେମରେ ମଜ୍ଜି ରହିଥିବା ବ୍ୟକ୍ତି ପାଇଁ ନିଦ୍ରା ନିଷିଦ୍ଧ ଅଟେ।
سَادَتِي إِنْ لَمْ تَحِنُّو بِاللِّقَا
مِتُّ وَجْدًا فَلَكُمْ طُولُ الْبَقَاء
ହେ ମୋର ସ୍ୱାମୀ, ଯଦି ଆପଣ ସାକ୍ଷାତ ଦେଇ ଦୟା ନକରନ୍ତି,
ତେବେ ମୁଁ ବିରହରେ ମୃତ୍ୟୁବରଣ କରିବି, କିନ୍ତୁ ଆପଣ ଚିରକାଳ ଅମର ରୁହନ୍ତୁ।
أَنَا إِنْ لَمْ أَهْوَا غِزْلَانَ النَّقَاء
أَيُّ فَرْقٍ بَيْنَ قَلْبِي وَ الْجَمَادْ
ଯଦି ମୁଁ 'ଅଲ୍-ନକା'ର ସେହି ମୃଗୀମାନଙ୍କୁ ଭଲ ନପାଏ,
ତେବେ ମୋର ହୃଦୟ ଓ ଏକ ନିର୍ଜୀବ ପଥର ମଧ୍ୟରେ ପାର୍ଥକ୍ୟ କ’ଣ?
آنَسَ اللهُ بِكُمْ أَوْقَاتَنَا
وَسَقَى وَادِيكُمُ فَيْضَ الْغَمَامْ
ଆଲ୍ଲା ଆପଣଙ୍କ ସାନ୍ନିଧ୍ୟରେ ଆମ ସମୟକୁ ଆନନ୍ଦମୟ କରନ୍ତୁ,
ଏବଂ ମେଘର ପ୍ରଚୁର ବାରିଧାରା ଆପଣଙ୍କ ଉପତ୍ୟକାକୁ ସିକ୍ତ କରୁ।