لَمْ يَخْلُقِ الرَّحْمَنُ مِثْلَ مُحَمَّدٍ
ପରମ ଦୟାମୟ ମୁହମ୍ମଦଙ୍କ ସଦୃଶ କାହାକୁ ସୃଷ୍ଟି କରିନାହାନ୍ତି।
Or
Or
لَمْ يَخْلُقِ الرَّحْمَنُ مِثْلَ مُحَمَّدٍ
بَيْنَ الْوَرَى بَشَراً عَلَى الْإِطْلَاقِ
ପରମ କରୁଣାମୟ ମୁହମ୍ମଦଙ୍କ ସଦୃଶ କାହାକୁ ସୃଷ୍ଟି କରିନାହାନ୍ତି
ସମଗ୍ର ସୃଷ୍ଟି ମଧ୍ୟରେ କୌଣସି ମନୁଷ୍ୟ ତାଙ୍କ ସମାନ ନୁହନ୍ତି
كَلَّا وَلَا عَرَفَ الْخَلَائِقُ قَدْرَهُ
مَا فَوْقَهُ حَقّاً سِوَى الْخَلَّاقِ
ପ୍ରକୃତରେ କୌଣସି ସୃଷ୍ଟି ତାଙ୍କର ମହିମା ଆକଳନ କରିପାରି ନାହିଁ
ବାସ୍ତବରେ ସୃଷ୍ଟିକର୍ତ୍ତାଙ୍କ ବ୍ୟତୀତ ତାଙ୍କ ଊର୍ଦ୍ଧ୍ୱରେ କେହି ନାହାନ୍ତି
مَاذَا أَقُولُ بِوَصْفِهِ وَمَدِيحِهِ
وَسَنَاهُ دَوْماً بَاهِرُ الْإِشْرَاقِ
ତାଙ୍କର ଗୁଣଗାନ ଓ ପ୍ରଶଂସାରେ ମୁଁ ଆଉ କ’ଣ ବର୍ଣ୍ଣନା କରିବି?
ତାଙ୍କର ଦୀପ୍ତିମୟ ଆଭା ସଦାକାଳ ଅପୂର୍ବ ଶୋଭାରେ ଉଦ୍ଭାସିତ
وَهُوَ الَّذِي لِلْخَلْقِ أُرْسِلَ رَحْمَةً
وَأَتَى يُتَمِّمُ مَكَارِمَ الْأَخْلَاقِ
ସେ ହିଁ ସମଗ୍ର ସୃଷ୍ଟି ପାଇଁ କରୁଣା ରୂପେ ପ୍ରେରିତ ହୋଇଛନ୍ତି
ଏବଂ ସେ ଉତ୍ତମ ନୈତିକତାର ପୂର୍ଣ୍ଣତା ପ୍ରତିଷ୍ଠା କରିବାକୁ ଆସିଛନ୍ତି