ْيَاجَمَالُه
Oh, How Beautiful He Is!
Or
آه يَا جَمَالُه يَا جَمَالُهْ
سِيدْنَا النَّبِى يَا جَمَالُهْ
ଆଃ! କି ଅପୂର୍ବ ସୌନ୍ଦର୍ଯ୍ୟ ତାଙ୍କର, କି ଅପୂର୍ବ ସୌନ୍ଦର୍ଯ୍ୟ
ଆମ ପ୍ରଭୁ ନବୀଙ୍କର, କି ଅପୂର୍ବ ସୌନ୍ଦର୍ଯ୍ୟ ତାଙ୍କର
سِيدْنَا النَّبِى يَا جَمَالُهْ
ଆମ ପ୍ରଭୁ ନବୀଙ୍କର, କି ଅପୂର୍ବ ସୌନ୍ଦର୍ଯ୍ୟ ତାଙ୍କର
كَحِيلُ الطَّرْفِ حَبِيبِي لَوْ تَرَاهُ
ضَحُوكُ السِّنِّ لِلْعَاشِقِ رَمَاهُ
କଳା ମାଖିଲା ନୟନ ମୋ ପ୍ରିୟତମଙ୍କର, ଯଦି ତୁମେ ଦେଖନ୍ତ
ତାଙ୍କର ସ୍ମିତହାସ୍ୟ ପ୍ରେମିକର ହୃଦୟକୁ ମୋହି ନିଏ
بَهِيُّ الطَّلْعَةْ فَالْمَوْلَى اصْطَفَاهُ
وَكُلُّ الْخَلْقِ أَنَارَ بِنُورِ طه
ସେ ଅତି ରୂପବାନ, ତେଣୁ ଈଶ୍ୱର ତାଙ୍କୁ ମନୋନୀତ କଲେ
ସମସ୍ତ ସୃଷ୍ଟି ତାହାଙ୍କ ନୂରରେ ଆଲୋକିତ ହେଲା
وَلَا ظِلُّ لَهُ بَلْ كَانَ نُوْرَا
تَنَالَ الشَّمْسُ مِنْهُ هُوَ الْبُدُوْرَ
ତାଙ୍କର କୌଣସି ଛାୟା ନଥିଲା, ବରଂ ସେ ଥିଲେ ଏକ ଜ୍ୟୋତି
ସୂର୍ଯ୍ୟ ତାଙ୍କଠାରୁ ଆଲୋକ ପାଏ, ସେ ହେଉଛନ୍ତି ପୂର୍ଣ୍ଣିମାର ଚନ୍ଦ୍ର
وَلَمْ يَكُنِ الْهُدَى لَوْلَاهُ ظُهُوْرَا
وَ كُلُّ الْكَوْنِ أَنَارَ بِنُوْرِ طَــــــهَ
ଯଦି ସେ ନଥାନ୍ତେ ତେବେ ସତପଥର ଦର୍ଶନ ମିଳିନଥାନ୍ତା
ସମଗ୍ର ବ୍ରହ୍ମାଣ୍ଡ ତାହାଙ୍କ ଜ୍ୟୋତିରେ ଉଦ୍ଭାସିତ ହେଲା
وَكَفُّ الْمُصْطَفَى كَالْوَرْدِ نَادِى
وَعِطْرُهَا يَبْقَى إِذَا مَسَّتْ أَيَادِى
ମୁସ୍ତଫାଙ୍କ ହାତ ପାପୁଲି ସଦ୍ୟ ଫୁଟିଥିବା ଗୋଲାପ ପରି
ଅନ୍ୟ ହାତକୁ ସ୍ପର୍ଶ କଲେ ତାର ସୁଗନ୍ଧ ସେଥିରେ ରହିଯାଏ
وَعَمَّ نَوَالُهَا كُلَّ الْعِبَادِ
حَبِيبُ اللهِ يَا خَيْرَ الْبَرَايَا
ତାଙ୍କର ଦାନ ଓ କୃପା ସମସ୍ତ ଭକ୍ତଙ୍କ ପାଇଁ ବ୍ୟାପିଛି
ହେ ଆଲ୍ଲାଙ୍କ ପ୍ରିୟତମ, ହେ ସୃଷ୍ଟିର ଶ୍ରେଷ୍ଠ ମାନବ
وَرِيقُ الْمُصْطَفَى يَشْفِي الْعَلِيلَ
وَعَيْنُ قَتَادَةَ خُذْهَا دَلِيلًا
ମୁସ୍ତଫାଙ୍କ ପବିତ୍ର ଲାଳ ରୋଗୀକୁ ସୁସ୍ଥ କରିଦିଏ
କତାଦାଙ୍କ ଚକ୍ଷୁକୁ ଏହାର ପ୍ରମାଣ ରୂପେ ଦେଖ
تَفَلَ فِي الْبِئْرِ أَضْحَتْ سَلْسَبِيلًا
وَصَارَ لِصَحْبِهِ شَهْدًا مُدَامًا
କୂଅରେ ସେ ଲାଳ ପକାଇଲେ ତାହା ମଧୁର ଜଳ ସ୍ରୋତ ହୋଇଗଲା
ତାଙ୍କ ସାଥୀମାନଙ୍କ ପାଇଁ ତାହା ମହୁ ଓ ସୁଧା ସଦୃଶ୍ୟ ହୋଇଗଲା